୧୭ ଜୁଲାଇ ଦେଶରେ ଚାଲିବ ପ୍ରଥମ ହାଇଡ୍‌ରୋଜେନ୍‌ ଟ୍ରେନ୍

ଭାରତୀୟ ରେଳବାଇ ଏକ ନୂଆ ସଫଳତା ହାସଲ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁଲାଇରେ ହରିୟାଣାରେ ଦେଶର ପ୍ରଥମ ହାଇଡ୍‌ରୋଜେନ୍‌ ଟ୍ରେନ୍ ଶୁଭାରମ୍ଭ କରିବେ । ହାଇଡ୍‌ରୋଜେନ୍‌ ଫ୍ୟୁଏଲ୍‌ ସେଲ୍‌ ଟେକ୍ନୋଲୋଜି ଉପରେ ଆଧାରିତ ଏହି ଟ୍ରେନ୍‌ ଭାରତୀୟ ରେଳବାଇ ପାଇଁ ଗ୍ରୀନ୍‌ ଟ୍ରାନ୍ସପୋର୍ଟ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।
ଏହି ଟ୍ରେନ୍‌ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦୁଇ ଘଣ୍ଟାରେ ୮୯ କିଲୋମିଟର ଦୀର୍ଘ ରୁଟରେ ୧୨ଟି ଷ୍ଟେସନରେ ରହିବ ଟ୍ରେନ୍ । ଏଥିମଧ୍ୟରେ ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲଳିତ ଖେଡ଼ା, ଭମ୍ଭେଭା, ଇଶାପୁର ଖେଡ଼ି, ବୁଟାନା, ଖଣ୍ଡରାଇ, ଗୋହାନା, ରାଭଡ଼ା, ଲାଠ, ମୋହାନା ହରିୟାଣା ଏବଂ ବରବାସନୀ ଷ୍ଟେସନ ସାମିଲ ରହିଛି । ଫେରିବା ସମୟରେ ମଧ୍ୟ ଟ୍ରେନ୍‌ ଏହି ସବୁ ଷ୍ଟେସନରେ ଅଟକିବ । ଏହି ରୁଟ୍ରେ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀ ଏହି ଦ୍ରୁତ, ଆଧୁନିକ ଏବଂ ପରିବେଶ ଅନୁକୂଳ ରେଳ ସେବାର ଲାଭ ପାଇପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *