ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ସହ ଆଗାମୀ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ଲାଗି ବିସିସିଆଇ ଏକ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ବୋଲିଂ ଅଲରାଉଣ୍ଡର୍ ରାଧା ଯାଦବ ଏବଂ ୱିକେଟ୍ ରକ୍ଷକ ବ୍ୟାଟର୍ ୟାସ୍ତିକା ଭାଟିଆ ଦଳକୁ ଫେରିଥିଲା ବେଳେ ଆହତ ଥିବାରୁ କାଶ୍ଭୀ ଗୌତମ ଓ ଅମନଜ୍ୟୋତ କୌର ବଞ୍ଚିତ ହୋଇଛନ୍ତି। ଶନିବାର ଅଧିନାୟିକା ହର୍ମନ୍ପ୍ରୀତ୍ କୌର, ମୁଖ୍ୟ ପ୍ରଶିକ୍ଷକ ଆମୋଲ ମଜୁମଦାର, ମୁଖ୍ୟ ଚୟନକର୍ତ୍ତା ଅମିତା ଶର୍ମା ଏବଂ ବିସିସିଆଇ ସଂପାଦକ ଦେବଜିତ ସାଇକିଆ ଉପସ୍ଥିତ ଥିବା ବୈଠକରେ ସର୍ମସମ୍ମତିକ୍ରମେ ଦଳ ଚୟନ କରାଯାଇଥିଲା। ଅମନଜ୍ୟୋତ ବାଦ୍ ପଡ଼ିବା ପରେ ଦ୍ରୁତ ବୋଲର ନନ୍ଦାନୀ ଶର୍ମାଙ୍କୁ ପ୍ରଥମ ଥର ଭାରତୀୟ ଦଳକୁ ଡାକରା ମିଳିଛି। ଡାହାଣହାତୀ ବୋଲର୍ ନନ୍ଦାନୀ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ବୋଲର ଭାବେ ଡବ୍ଲ୍ୟୁପିଏଲ୍ରେ ହ୍ୟାଟ୍ରିକ୍ ନେଇଥିଲେ। ଏହି ୨୪ବର୍ଷୀୟା ବୋଲର୍ ଗୁଜରାଟ ଟାଇଟନ୍ସ ବିପକ୍ଷର ଏହି ସଫଳତା ଲାଭ କରିଥିଲେ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳ: ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ରିଚା ଘୋଷ, ୟାସ୍ତିକା ଭାଟିଆ, ନନ୍ଦାନୀ ଶର୍ମା, କ୍ରାନ୍ତି ଗୌଡ଼, ରାଧା ଯାଦବ, ଜେମିମା ରଡ୍ରିଗ୍ସ, ରେଣୁକା ସିଂହ, ଶ୍ରେୟଙ୍କା ପାଟିଲ, ଶ୍ରୀ ଚାରଣୀ, ଅରୁନ୍ଧତୀ ରେଡ୍ଡୀ, ଅନୁଷ୍କା ଶର୍ମା, ଦୀପ୍ତି ଶର୍ମା।
ଲର୍ଡସ ଟେଷ୍ଟ୍ ଦଳ: ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରଡ୍ରିଗ୍ସ, ପ୍ରତୀକା ରାୱଲ, ଶ୍ରୀ ଚାରଣୀ, ୟାସ୍ତିକା ଭାଟିଆ, ନନ୍ଦନୀ ଶର୍ମା, ହର୍ଲିନ ଦେଓଲ, ରେଣୁକା ସିଂହ, କ୍ରାନ୍ତି ଗୌଡ଼, ଶାୟଲୀ ସତଘରେ, ସ୍ନେହ ରାଣା।