୫୦୦ ଟଙ୍କାରେ କଏଦୀ ଜୀବନର ଅନୁଭବ

ନୂଆଦିଲ୍ଲୀ,୨୩/୦୪/୨୦୨୬: ଭାରତରେ ଏକ ଅନନ୍ୟ ଟ୍ରେଣ୍ଡ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଯାହା ହେଉଛି “ଜେଲ୍ ପର୍ଯ୍ୟଟନ”। ଏବେ ସାଧାରଣ ଲୋକମାନେ ଜେଲରେ ଗୋଟିଏ ଦିନ ପାଇଁ ଜଣେ କଏଦୀ ଜୀବନର ଅନୁଭବ କରିପାରିବେ। ତାହା ପୁଣି ୫୦୦ ଟଙ୍କାରେ। ଏହି ସୁବିଧା ହଲଦ୍ୱାନୀ ଏବଂ ସଙ୍ଗାରେଡ୍ଡି ଭଳି ସ୍ଥାନରେ ଉପଲବ୍ଧ। ଯେଉଁଠାରେ ଆପଣଙ୍କୁ ଜେଲ୍‌ରେ ମିଳୁଥିବା ଖାଦ୍ୟ,ପୋଷାକ ଏବଂ ଦୈନନ୍ଦିନ କାର୍ଯ୍ୟର ଅନୁଭବ କରିପାରିବେ। ସାଧାରଣ ଲୋକମାନେ ଗୋଟିଏ ଦିନ ପାଇଁ ଜେଲରେ କଏଦୀ ପରି ଜୀବନଯାପନ କରିପାରିବେ। ଏହି ପର୍ଯ୍ୟଟନ ସମୟରେ ଲୋକଙ୍କୁ ଜେଲ୍ ପୋଷାକ ପିନ୍ଧାଯାଏ, ଜେଲ୍ ଖାଦ୍ୟ ଦିଆଯାଏ ଏବଂ ପ୍ରକୃତ କଏଦୀଙ୍କ ପରି ସମାନ ରୁଟିନ୍ ଅନୁସରଣ କରାଯାଏ।
ଉତ୍ତରାଖଣ୍ଡର ହଲଦ୍ୱାନୀରେ, ଜେଲ ପ୍ରଶାସନ ପୁରୁଣା ଅଂଶକୁ ନବୀକରଣ କରି ପର୍ଯ୍ୟଟକଙ୍କ ପାଇଁ ଖୋଲି ଦେଇଛି। ଏଠାରେ ଲୋକମାନେ ଗୋଟିଏ ଦିନ ପାଇଁ “ଭଡ଼ାଟିଆ କଏଦୀ” ହୋଇ ଜେଲର ଭିତରର ଅନୁଭବ କରିପାରିବେ। ତେଲେଙ୍ଗାନାର ସଙ୍ଗାରେଡ୍ଡି ଜେଲରେ “ଫିଲ୍ ଦି ଜେଲ୍” ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି। ଏଠାରେ ପର୍ଯ୍ୟଟକମାନେ ୨୪ ଘଣ୍ଟା ଜେଲରେ ରହିପାରିବେ, ବାରାକରେ ଶୋଇପାରିବେ ଏବଂ ଜେଲର ନିତ୍ୟକର୍ମ ପାଳନ କରିପାରିବେ। ଏହା କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ନୁହେଁ, ବରଂ ଲୋକଙ୍କୁ ଜେଲ ଜୀବନର ବାସ୍ତବତା ସହିତ ପରିଚିତ କରାଇବା ପାଇଁ ମଧ୍ୟ। ଏହା ସମାଜରେ ସଚେତନତା ବୃଦ୍ଧି କରିବା ସହ ଲୋକମାନଙ୍କୁ ଆଇନର ଗୁରୁତ୍ୱ ବୁଝିବାରେ ସାହାଯ୍ୟ କରେ।

Leave a Reply

Your email address will not be published. Required fields are marked *