ଭାରତ ହେଉଛି ବିଶ୍ୱରେ ସଫ୍ଟ ପାୱାରର ପ୍ରକୃତ ପ୍ରତିନିଧି: ନୀତା ଅମ୍ବାନୀ

ନ୍ୟୁୟର୍କ: ନୂଆଦିଲ୍ଲୀ: ନ୍ୟୁୟର୍କରେ ଆୟୋଜିତ ପ୍ରତିଷ୍ଠିତ ‘TIME100 Summit’ରେ ଯୋଗଦେଇ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ବିଶ୍ୱ ଦରବାରରେ ଭାରତର ବଢୁଥିବା ପ୍ରଭାବ ସମ୍ପର୍କରେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି । ଟାଇମ୍ ମାଗାଜିନର ସିଇଓ ଜେସିକା ସିବ୍ଲିଙ୍କ ସହ ‘ଲିଡରସିପ୍ ଲେନ୍ସ’  ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବିଶ୍ୱକୁ କଠୋର ଶକ୍ତି ଅପେକ୍ଷା କୋମଳ ଶକ୍ତି ବା ‘ସଫ୍ଟ ପାୱାର’ ର ଅଧିକ ଆବଶ୍ୟକତା ରହିଛି । ସମ୍ମିଳନୀକୁ ସମ୍ବୋଧିତ କରି ଅମ୍ବାନୀ କହିଛନ୍ତି, “ବର୍ତ୍ତମାନ ବିଶ୍ୱକୁ ଅଧିକ ହାର୍ଡ ପାୱାରର ଆବଶ୍ୟକତା ନାହିଁ । ଆଜିର ସମୟ ହେଉଛି ସଫ୍ଟ ପାୱାରର, ଏବଂ ଭାରତ ହେଉଛି ଏହାର ପ୍ରକୃତ ପ୍ରତିନିଧି । ଭାରତର ସମୟ ଏବେ ଆସିଯାଇଛି ।” ତାଙ୍କ ମତରେ ଭାରତର ସଂସ୍କୃତି, ମୂଲ୍ୟବୋଧ ଏବଂ ନେତୃତ୍ୱ ନେବାର ଶୈଳୀ ସାରା ବିଶ୍ୱ ପାଇଁ ଏକ ନୂତନ ଦିଶା ଦେଖାଉଛି ।

Leave a Reply

Your email address will not be published. Required fields are marked *