OTET ଆବେଦନ ପାଇଁ ସମୟ ସୀମା ମେ ୯ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର: ଶିକ୍ଷକ ହେବାକୁ ଇଚ୍ଛୁକ ଥିବା ପାର୍ଥୀଙ୍କୁ ପାଇଁ ଆସିଛି ବଡ଼ ସୁଖବର। ଓଡିଶା ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ (BSE) ପକ୍ଷରୁ OTET ଆବେଦନର ଶେଷ ତାରିଖକୁ ଏକ ମାସ ଯାଏଁ ବଢ଼ାଯାଇଛି। ଏବେ ମେ ୯, ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ।

ପୂର୍ବରୁ ଏହି ତାରିଖ ଏପ୍ରିଲ ୯ ରାତି ୧୨ଟା ପର୍ଯ୍ୟନ୍ତ ଥିଲା। କିନ୍ତୁ ଅନେକ ସମୟ ସୀମା ମଧ୍ୟରେ ଆବେଦନ ସମ୍ପୂର୍ଣ୍ଣ କରିପାରିନଥିବାରୁ ବୋର୍ଡ ପକ୍ଷରୁ ଏହି ସିଦ୍ଧାନ୍ତ ନିଆଯାଇଛି।

ସୂତ୍ର ଅନୁଯାୟୀ, ଏପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିସାରିଛନ୍ତି। ଏଥିରେ ବହୁ ସଂଖ୍ୟକ ଇନ୍-ସର୍ଭିସ୍ ଶିକ୍ଷକ ମଧ୍ୟ ରହିଛନ୍ତି। ନୂଆ ସମୟ ସୀମା ସହିତ ଏହି ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି।

OTET ପରୀକ୍ଷା ରାଜ୍ୟରେ କ୍ଲାସ୍ ୧ ରୁ ୮ ପର୍ଯ୍ୟନ୍ତ ଶିକ୍ଷକ ହେବା ପାଇଁ ଆବଶ୍ୟକ ଯୋଗ୍ୟତା ପରୀକ୍ଷା ଅଟେ। ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିକ୍ଷକ ହେବାକୁ ଚାହୁଁଥିବା ପାର୍ଥୀଙ୍କୁ ପାଇଁ ଏହା ଅନିବାର୍ୟ।

ସୂଚନା ଅନୁସାରେ, OTET 2026 ପରୀକ୍ଷା ମେ ୨୯ ତାରିଖରେ ଆୟୋଜିତ ହେବାର ସମ୍ଭାବନା ରହିଛି। ଏଥିଲାଗି ଅଧିକାରିକ ୱେବସାଇଟ www.bseodisha.ac.in  କିମ୍ବା bseodishaexam.org ରେ ଯାଇ ଶୀଘ୍ର ଆବେଦନ ଓ ଫିସ୍ ପେମେଣ୍ଟ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *