ଆମେରିକା-ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ବଢ଼ୁଛି ସଫ୍ଟ ଟଏର ଦାମ୍‌

ମୁମ୍ବାଇ:ଆମେରିକା-ଇସ୍ରାଏଲ ଇରାନ ଯୁଦ୍ଧ କେବଳ ଇନ୍ଧନ ମୂଲ୍ୟ ବୃଦ୍ଧିର କାରଣ ହୋଇନାହିଁ, ବରଂ ଷ୍ଟଫ୍ଡ୍‌ ଟଏ ଭଳି ଖେଳନା ସାମଗ୍ରୀକୁ ମଧ୍ୟ ବହୁତ ପ୍ରଭାବିତ କରିଛି । ଯାହା ଫଳରେ ସ୍ନୁଗଲ୍‌, ଗ୍ଲୋଭ୍‌, ବିଜିକିନ୍ସ ଏବଂ ୱବ୍ଲିସ୍‌ ଭଳି କମ୍ପାନୀଗୁଡ଼ିକ ଉପରେ ପଡ଼ିଛି । ଏହି ଯୁଦ୍ଧ ଫଳରେ ବିଶ୍ୱରେ ବିମାନ ଭଡାରେ ବୃଦ୍ଧି ସମସ୍ତଙ୍କୁ ଜଣାପଡୁଛି କିନ୍ତୁ କେବଳ ବିମାନ ଭଡା ନୁହେଁ ସଫ୍ଟ ଟଏ ଓ ଏହିଭଳି ପ୍ରାୟ ୬୦୦୦ ଉପଭୋକ୍ତା ସାମଗ୍ରୀର ମୂଲ ସିଧାସଳଖ ଭାବେ ବଢ଼ିବା ଯାଇଛି ।
ସଫ୍ଟ ଟଏ ବା ଖେଳଣାଗୁଡ଼ିକ ପଲିଷ୍ଟର ଏବଂ ଆକ୍ରିଲିକ୍‌, ପେଟ୍ରୋଲିୟମ୍‌ରୁ ବାହାରୁଥିବା ସିନ୍‌ଥେଟିକ୍‌ ଫାଇବରରେ ତିଆରି କରାଯାଏ । ବର୍ତ୍ତମାନ ପରିସ୍ଥିତିରେ ଏହି ଖେଳନା ତିଆରି ଖର୍ଚ୍ଚ ବଢ଼ିଯାଇଥିବାରୁ ଅନେକ ବ୍ରାଣ୍ଡେଡ୍‌ କମ୍ପାନୀ ୧୦ରୁ ୧୫% ଅଧିକ ଆର୍ଥିକ ବୋଝ ମୁଣ୍ଡାଇବାକୁ ବାଧ୍ୟ ହେଉଛନ୍ତି । ଏକ ଗଣମାଧ୍ୟମ ସଂସ୍ଥାକୁ ଆଲେନି ବ୍ରାଣ୍ଡର ସିଇଓ ରିକାର୍ଡୋ ଭେନେଗାସ୍‌ କହିଛନ୍ତି “ମୁଁ ଭାବୁଛି ଏହି ପରିସ୍ଥିତି ଦର୍ଶାଉଛି ଯେ ଆମ ସିଷ୍ଟମରେ କେତେ ତେଲ ବ୍ୟାପିଛି, ଏବଂ ଆମେ ଏଥିରୁ ଦୂରେଇ ଯାଇପାରିବୁ ନାହିଁ,” ଭେନେଗାସ୍‌ ଯିଏ ଗତ ବର୍ଷ ଆଲେନି ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ ଓ ଏହା ଏବେ ଉତ୍ପାଦ ସଂଖ୍ୟା ବଢ଼ାଇବା ପାଇଁ କାମ କରୁଥିଲାବେଳେ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।
ଆମେରିକାର ଶକ୍ତି ବିଭାଗ ଅନୁଯାୟୀ, ତେଲ ଏବଂ ପ୍ରାକୃତିକ ଗ୍ୟାସରୁ ଉତ୍ପାଦିତ ପେଟ୍ରୋକେମିକାଲ୍ସ ବ୍ୟବହାର କରି ୬,୦୦୦ରୁ ଅଧିକ ଉପଭୋକ୍ତା ଉତ୍ପାଦ ପ୍ରସ୍ତୁତ କରାଯାଏ । ତାଲିକା ମଧ୍ୟରେ କମ୍ପ୍ୟୁଟର କୀବୋର୍ଡ, ଲିପଷ୍ଟିକ୍‌, ଟେନିସ୍‌ ରାକେଟ୍‌, ପାଇଜାମା, ସଫ୍ଟ କଣ୍ଟାକ୍ଟ ଲେନ୍ସ, ଡିଟରଜେଣ୍ଟ, ଚୁଇଙ୍ଗମ୍‌, ଜୋତା, କ୍‌ରେୟନ୍‌, ସେଭିଂ କ୍ରିମ୍‌, ତକିଆ, ଆସ୍ପିରିନ୍‌, ଦାନ୍ତ, ଟେପ୍‌, ଛତା ଏବଂ ନାଇଲନ୍‌ ଗିଟାର ତାର ଅନ୍ତର୍ଭୁକ୍ତ । ତେଣୁ, ବାଣିଜ୍ୟ ଗୋଷ୍ଠୀ ଏବଂ କିଛି କମ୍ପାନୀ ଅନୁଯାୟୀ, ଉତ୍ପାଦନର ଅଧିକ ମୂଲ୍ୟ କ୍ରେତାଙ୍କ ପାଇଁ ଏସବୁ ଜିନିଷଗୁଡ଼ିକୁ ମହଙ୍ଗା କରିପାରେ ।

Leave a Reply

Your email address will not be published. Required fields are marked *