ମୁମ୍ବାଇ: ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୭୫୭ ପଏଣ୍ଟ ହ୍ରାସ ପାଇ ୭୮,୫୧୬ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୯୯ ପଏଣ୍ଟ୍ ହ୍ରାସ ପାଇ ୨୪,୩୭୮ ପଏଣ୍ଟ୍କୁ ଖସିଆସିଛି। ଆଜି ନିବେଶକମାନେ ଏଫ୍ଏମ୍ସିଜି ଓ ଗଣମାଧ୍ୟମ କମ୍ପାନିଗୁଡ଼ିକର ସେୟାରକୁ ଅଧିକ କିଣିଥିଲେ ଏବଂ ସୂଚନା ପ୍ରଯୁକ୍ତି କମ୍ପାନି ସେୟାରକୁ ବିକ୍ରି କରିଥିଲେ। ଗତକାଲି ଆମେରିକାର ତିନି ସେୟାର ବଜାର ସୂଚୀ ଡାଓ ଜୋନ୍ସ, ନାସ୍ଦାକ୍ ଓ ଏସ୍ଆଣ୍ଡ୍ପି ୫୦୦ ହ୍ରାସ ସହ ବନ୍ଦ ହୋଇଥିଲା। ତାହାର ପ୍ରଭାବରେ ଭାରତରେ ଆଜି କାରବାର ପ୍ରଭାବିତ ହୋଇଥିଲା। ଏସିଆରେ ଦକ୍ଷିଣ କୋରିଆ ଓ ଜାପାନରେ କାରବାର ଭଲ ରହିଥିଲା, କିନ୍ତୁ ହଂକଂର ସୂଚକାଙ୍କ ହାଙ୍ଗସେଙ୍ଗରେ ୩୨୪ ପଏଣ୍ଟ ହ୍ରାସ ଘଟିଥିଲା। ଗତକାଲି ବିଦେଶୀ ନିବେଶକମାନେ ଭାରତୀୟ ଇକ୍ବିଟି ବଜାରରୁ ୧୯୧୯ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଗତ ସୋମବାର ସେମାନେ ୧୦୬୦ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ସେମାନେ ଇକ୍ବିଟି ବଜାରରୁ ପଳାୟନ କରୁଥିବାରୁ ସେୟାର କାରବାରରେ ଚାପ ସୃଷ୍ଟି ହୋଇଛି। ଆଜି ନିଫ୍ଟିର ଅଂଶ ଥିବା ଟାଟା କଞ୍ଜ୍ୟୁମର, ହିନ୍ଦୁସ୍ତାନ ୟୁନିଲିଭର ଓ ଏନ୍ଟିପିସିର ସେୟାର ମୂଲ୍ୟ ବଢ଼ିଥିଲା ଓ ଏଚ୍ସିଏଲ୍ ଟେକ୍, ଇନ୍ଫୋସିସ୍ ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସେୟାର ମୂଲ୍ୟ ହ୍ରାସ ପାଇଥିଲା।
Related Posts
Aditya Birla Sun Life AMC Q4 Profit Down 18%
Mumbai: Aditya Birla Sun Life AMC reported an 18% decline in its net profit for the March quarter (Q4), which…
ଅଶୋକ ଲାହିରି ନିତି ଆୟୋଗର ନୂଆ ଉପାଧ୍ୟକ୍ଷ
ଭୁବନେଶ୍ବର,୨୫/୦୪/୨୦୨୬: ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ତଥା ବର୍ତ୍ତମାନର ବିଜେପି ବିଧାୟକ ଅଶୋକ ଲାହିରିଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।…
Tata Capital Posts 43% Jump in Q4 Profit
Mumbai (Press Trust of India): Tata Capital reported a strong 43% rise in its net profit for the March quarter…