ନୂଆଦିଲ୍ଲୀ,୨୫/୦୪/୨୦୨୬: ଭାରତର ସୋଲାର ସେଲ୍ ଓ ମଡ୍ୟୁଲ୍ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ୧୨୩.୦୪ ପ୍ରତିଶତର ପ୍ରାରମ୍ଭିକ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଇଛି। ମୁନ୍ଦ୍ରା ସୋଲାର୍ ଏନର୍ଜି, ମୁନ୍ଦ୍ରା ସୋଲାର୍ ପିଭି, କୋୱା ଏବଂ ପ୍ରିମିୟର ଏନର୍ଜିଜ୍ ଭଳି କମ୍ପାନିର ସାମଗ୍ରୀ ଯାଞ୍ଚ ସମୟରେ ଗୁରୁତ୍ବପୂର୍ଣ୍ଣ ବିଷୟ ସାମନାକୁ ଆସିଛି ବୋଲି ଆମେରିକା ବାଣିଜ୍ୟ ବିଭାଗ କହିଛି। ଭାତର ସୌର ଶକ୍ତି ସଂଘ ଆମେରିକାର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି। ନ୍ୟାସନାଲ ସୋଲାର୍ ଏନର୍ଜି ଫେଡେରେସନ୍ ଅଫ୍ ଇଣ୍ଡିଆର ସିଇଓ ସୁବ୍ରମଣ୍ୟମ ପୁଲିପକା କହିଛନ୍ତି ଯେ ତଦନ୍ତ ତ୍ରୁଟିପୂର୍ଣ୍ଣ ଏବଂ ଏଥିରେ ସେଭଳି କୌଣସି ବଳିଷ୍ଠ ଯୁକ୍ତି ନାହିଁ। ଏହି ନିର୍ଦ୍ଦେଶକୁ ସଂଘ ପ୍ରତିବାଦ କରିବ ବୋଲି ସେ କହିଛନ୍ତି। ନୂଆ ଶୁଳ୍କ ଲାଗୁ ହେବା ଫଳରେ ଆମେରିକାରେ ଭାରତୀୟ ସୋଲାର୍ ପ୍ୟାନେଲ ନିର୍ମାତାଙ୍କ ପାଇଁ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିବ। କାରଣ ନୂଆ ଶୁଳ୍କ ପୂର୍ବରୁ ଆମେରିକା ୧୨୫ ପ୍ରତିଶତ ଶୁଳ୍କ ଲଗାଇଛି। ଏଥିଯୋଗୁ ମୋଟ ଟିକସ ୨୦୦ ପ୍ରତିଶତରୁ ଅଧିକ ହୋଇଛି। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକାକୁ ରପ୍ତାନି ସମ୍ଭବ ନୁହେଁ ବୋଲି କୁହାଯାଇଛି। ନିକଟରେ ଆମେରିକା ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ନେଇ ୱାସିଂଟନଠାରେ ୩ ଦିନିଆ ଆଲୋଚନା ଶେଷ ହୋଇଛି। ଏଭଳି ସମୟରେ ଭାରତ ଉପରେ ଆମେରିକା ଏହି ଶୁଳ୍କ ଲଗାଇଛି। ଆମେରିକାର ଚଢ଼ା ଶୁଳ୍କ ପରିପ୍ରେକ୍ଷୀରେ ଭାରତର ରପ୍ତାନିକାରୀମାନେ ୟୁରୋପ, ପଶ୍ଚିମ ଏସିଆ ଭଳି ବିକଳ୍ପ ବଜାରର ସନ୍ଧାନ କରିବେ।
Related Posts
LPG Sales Drop to Record Low in March Amid Import Disruptions
New Delhi: Liquefied Petroleum Gas (LPG) sales in India’s industrial and commercial sectors fell to a record low in March…
୧୭ ଜୁଲାଇ ଦେଶରେ ଚାଲିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍
ଭାରତୀୟ ରେଳବାଇ ଏକ ନୂଆ ସଫଳତା ହାସଲ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁଲାଇରେ ହରିୟାଣାରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଶୁଭାରମ୍ଭ…
ଭାରତୀୟ କମ୍ପାନୀଗୁଡ଼ିକର ଲାଭରେ ୧୫% ପର୍ଯ୍ୟନ୍ତ ହ୍ରାସ
ପଶ୍ଚିମ ଏସିଆରେ ଯୁଦ୍ଧ ପରେ ଭୂରାଜନୈତିକ ଅସ୍ଥିରତାର ପ୍ରଭାବ ଏବେ ଭାରତୀୟ କମ୍ପାନୀଗୁଡ଼ିକର ବାଲାନ୍ସ ସିଟ୍ ଉପରେ ଅନୁଭୂତ ହେଉଛି । ଅଧିକାଂଶ କମ୍ପାନୀ ପାଇଁ ଇନପୁଟ୍…