ଭୁବନେଶ୍ବର,୨୪/୦୪/୨୦୨୬: ମୁମ୍ବାଇର ପ୍ରସିଦ୍ଧ ଆଇସ୍କ୍ରିମ୍ ବ୍ରାଣ୍ଡ୍ ନାଚୁରାଲ୍ସ ପକ୍ଷରୁ ନୟାପଲ୍ଲୀରେ ନୂଆ ଷ୍ଟୋର୍ ଖୋଲାଯାଇଛି। ଏହାକୁ କମ୍ପାନିର ନିର୍ଦ୍ଦେଶକ ସିଦ୍ଧାନ୍ତ କାମତ୍ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ବରରେ ଏହା ନାଚୁରାଲ୍ସର ପ୍ରଥମ ସ୍ବତନ୍ତ୍ର ଆଇସ୍କ୍ରିମ୍ ଷ୍ଟୋର୍ ହୋଇଥିବା ବେଳେ ଦେଶର ୧୮୯ତମ ଷ୍ଟୋର୍। ଏଥିରେ ଗ୍ରାହକମାନେ ୧୮ ପ୍ରକାର ସ୍ବାଦର ଆଇସ୍କ୍ରିମ୍ ଓ ସେକ୍ ପାଇପାରିବେ। ଏଥି ସହିତ ଆମ୍ବ ସ୍ବାଦର ସତେଜ ଫଳ ଆଇସ୍କ୍ରିମ୍ର ମଧ୍ୟ ମଜା ନେଇପାରିବେ। ଷ୍ଟୋର୍ରେ ଗ୍ରାହକମାନେ ଆଲଫନ୍ସୋ ଆମ୍ବ, ନଡ଼ିଆ, ଲିଚୁ, ତରଭୁଜ, ରୋଷ୍ଟେଡ୍ ଆଲ୍ମଣ୍ଡ୍, କେସର ପିସ୍ତା, କାଜୁ କିସ୍ମିସ୍, ଚକୋଲେଟ୍ ଓ ଚକୋବାଇଟ୍ ଚିପ୍ସ ସ୍ବାଦର ଆଇସ୍କ୍ରିମ୍ ପାଇପାରିବେ ବୋଲି ଫ୍ରାଞ୍ଚାଇଜି ସହଯୋଗୀ ଅଭିଶେକ ଜୟସିଂଘାନି କହିଛନ୍ତି। ଏହି ଅବସରରେ କମ୍ପାନିର ମହାପ୍ରବନ୍ଧକ ବରୁଣ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।