ନବରଙ୍ଗପୁର: ପ୍ରତି ଶିଶୁଙ୍କ ପାଖରେ ପୋଲିଓର ଦୁଇ ବୁନ୍ଦା ପହଞ୍ଚାଇବାକୁ ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଅକାତ ତକାତ ପାଣିରେ ନିଜେ ଆହୁଲା ମାରି ଶିଶୁଙ୍କ ପାଖରେ ପହଁଚି ଆଶା ଓ ଅଙ୍ଗନବାଡ଼ି କର୍ମୀ ଦେଇଛନ୍ତି ପୋଲିଓ ବୁନ୍ଦା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚାଗାଁ ପଞ୍ଚାୟତର କେନ୍ଦୁଗୁଡ଼ା ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଏହି କାମ ପାଇଁ ପ୍ରଶଂସାର ସୁଅ ଛୁଟିଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନ “ନୂଆଢ଼େପଗୁଡା ” ଗାଁକୁ ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରା କରି ୫ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ । ଯାହାର ଭିଡ଼ିଓ ଭାଇରଲ ହେଲା ପରେ ଚର୍ଚ୍ଚାକୁ ଆସିଛନ୍ତି ଦୁଇ କର୍ମଚାରୀ । ମଞ୍ଚାଗାଁ ପଞ୍ଚାୟତର କେନ୍ଦୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନ “ନୂଆଢ଼େପଗୁଡା ” ଗାଁ ଆସୁଛି । ସେହି ଗ୍ରାମର ୫ ଜଣ ଶିଶୁଙ୍କୁ ଜୀବନରକ୍ଷାକାରୀ ପୋଲିଓ ବୁନ୍ଦା ପିଆଇବାକୁ କେନ୍ଦୁଗୁଡ଼ାର ଆଶା କର୍ମୀ ଦ୍ରୌପଦୀ ଜାନୀ ଓ ଅଙ୍ଗନବାଡ଼ି କର୍ମୀ ତିଳ ସାନ୍ତା ବିପଦପୂର୍ଣ୍ଣ ଜଳପଥରେ ଡଙ୍ଗା ଯୋଗେ ପହଞ୍ଚିଥିଲେ । ମାତ୍ର ଗାଁକୁ ସଡ଼କ ପଥ କିମ୍ବା ପୋଲ ନାହିଁ ନଦୀରେ ଦେଶୀ ଡଙ୍ଗା ହିଁ ସାହା ଭରସା । ତେବେ ନାଉରୀଆଙ୍କୁ ସହଯୋଗ କରିବାକୁ ଆଶା କର୍ମୀ ଦ୍ରୌପଦୀ ଜାନୀ ନିଜେ ଆହୁଲା ମାରି ନାଉରିଆଙ୍କୁ ସାହାଯ୍ୟ କରିଥିଲେ । ଏହା ପରେ ସଫଳତାର ସହ ୫ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଦୁଃସାହସିକ କାର୍ୟ୍ୟ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।
Related Posts
ଖରାଦିନେ ତ୍ଵଚାରେ ଦିଶିବ ନ୍ୟାଚୁରାଲ୍ ଗ୍ଲୋ
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖରାଦିନେ ସାଧାରଣତଃ ତ୍ଵଚାରେ ଟ୍ୟାନିଂ ଭଳି ସମସ୍ୟା ଦେଖାଦେଇଥାଏ। ଆଉ ଏହି…
Medtronic Launches Device to Treat Parkinson
Mumbai: Medtronic has introduced a new device in India aimed at treating patients suffering from Parkinson’s disease. The device, known as…